ଏଚ ଡି ଏଫ୍ ସି ବ୍ୟାଙ୍କ୍ ଅତାବିରା ଶାଖା ପକ୍ଷରୁ ଗ୍ରାମୀଣ ଋଣ ମେଳା

ରେଙ୍ଗାଲିକ୍ୟାମ୍ପ, ତା ୬/୧୨( ନି ପ୍ର)…ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏ ସି ସ୍ଥିତ ବ୍ଲକ କାର୍ଯ୍ୟାଳୟ ନିକଟରେ ଯାଇଥିବା ଜାତୀୟ ରାସ୍ତା କଡ଼ରେ ଏଚ୍ ଡି ଏଫ୍ ସି ବ୍ୟାଙ୍କ୍ ଅତାବିରା ଶାଖା ପକ୍ଷରୁ ଗ୍ରାମୀଣ ଋଣ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ କିସାନ ଗୋଲ୍ଡ ଋଣ,ଟ୍ରାକ୍ଟର ଋଣ , କାର୍ ଋଣ ,ବ୍ୟକ୍ତିଗତ ଋଣ,ବ୍ୟବସାୟ ଋଣ ପ୍ରଦାନ କରାଯାଇଥିଲା ।ଏହି ମହୋତ୍ସବରେ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।ଭୁବନେଶ୍ୱର ଜୋନାଲ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀ ଦୀପକ କୁମାର ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିଲା । ଗ୍ରାମବାସୀ ମାନେ ଏଚ୍ ଡି ଏଫ୍ ସି ବ୍ୟାଙ୍କରୁ ଏହି ଋଣ ଗୁଡ଼ିକ ଅତି ସହଜ ଉପାୟରେ ନେଇ ଲାଭ ଦାୟୀ ହେବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।

ଏହି ଗ୍ରାମୀଣ ମେଳା ରେ ମହେନ୍ଦ୍ରl, ଟାଟା ପାୱାର ଟ୍ରାକ,ସ୍ବରାଜ ଟ୍ରାକ୍ଟର କମ୍ପାନୀର କର୍ମକର୍ତ୍ତା ମାନେ ଯୋଗ ଦେଇ ଉପରୋକ୍ତ ଋଣ ଗୁଡ଼ିକ ବିଷୟରେ ଉପସ୍ଥିତ ବ୍ୟାଙ୍କ୍ ଗ୍ରାହକ ତଥା ବ୍ୟକ୍ତି ବିଶେଷ ମାନଙ୍କୁ ବୁଝାଇଥିଲେ ।ଏହା ବ୍ୟତୀତ ବ୍ୟାଙ୍କ ର ଋଣ ବିଭାଗ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଉପସ୍ଥିତ ରହି କିଭଳି ଭାବରେ ଗ୍ରାହକ ମାନେ ରୁଣରେ ଉପକୃତ ହୋଇ ପାରିବେ ତାହା ବିସ୍ତୃତ ଭାବରେ ବୁଝାଇଥିଲେ । ଅଞ୍ଚଳରେ ନୂତନ ଭାବରେ ବ୍ୟାଙ୍କ୍ ଖୋଲିଥିବାରୁ ଗ୍ରାହକ ମାନଙ୍କୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି । ଏହି ମେଳାରେ ବ୍ୟାଙ୍କ୍ କ୍ଲଷ୍ଟର ର ମୁଖ୍ୟ ପ୍ରବନ୍ଧକ ଚେତନା ଦାଶ,ଶାଖା ପରିଚାଳକ ଜୟପ୍ରକାଶ ପ୍ରଧାନ, ଡେପୁଟି ମ୍ୟାନେଜର ସପ୍ତାନ୍ଶୁ ମିଶ୍ର, ବ୍ୟକ୍ତିଗତ ବ୍ୟାଙ୍କର ଝସକେତନ୍ ମହାକୁର ତଥା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।