HomeKoshalTv Exclusiveପଲଶାଗୋରା ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ--

ପଲଶାଗୋରା ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ–

ପଲଶାଗୋରା ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତପିଲା ମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ଓ ପ୍ରତିଯୋଗିତା ମୂଳକ ମନୋବୃତ୍ତି ସୃଷ୍ଟି ପାଇଁ ଜ଼ିଲ୍ଲାପାଳ ଙ୍କ ପରାମର୍ଶ– ବୌଦ୍ଧ-09-12-22 ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇ ଯାଇଛି l ଏହି ଅବସର ରେ ବିଦ୍ୟାଳୟ ସମ୍ମୁଖରେ ନୂତନ ଭାବେ ନିର୍ମିତ ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟନ ଓ ବିଦ୍ୟାଳୟ ପରିସରରେ ସ୍ଥାପିତ ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି | ଆଜି ସକାଳେ ପ୍ରଥମେ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଦୁର୍ଗା ମନ୍ଦିର ରୁ ବାହାରିଥିବାବେଳେ ଏଥିରେ ପୁରାତନ, ବର୍ତ୍ତମାନ ର ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ସଂକୀର୍ତ୍ତନ୍ୟ ଓ ଦୂଲଦୁଲି ବାଜା ସହ ଗ୍ରାମ ପରିକ୍ରମା କରି ବିଦ୍ୟାଳୟକୁ ପହଞ୍ଚି ଥିଲେ l ପରେ ସୁବର୍ଣ୍ଣ ଜୟନ୍ତୀ ତୋରଣ ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ଯୋଗ ଦେଇ ଏହି ଉତ୍ସବ ଆୟୋଜକ କୁ ଊଚ୍ଚ ପ୍ରଶଂସା କରି ସ୍କୁଲ ର ସର୍ବାଙ୍ଗୀନ ବିକାଶ ପାଇଁ ଦୃଢ଼ ପ୍ରତିଶୁତି ଦେଇଥିଲେ l ଏବଂ ଆପଣଙ୍କ ଭଳି ପ୍ରତିଭା ସମ୍ପନ୍ନ ପୁରାତନ ଛାତ୍ର ଛାତ୍ରୀ ଙ୍କ ପ୍ରତିଭା ଓ ଭଲ ଗୁଣ କୁ ନୂତନ ପିଢୀ ଅନୁକରଣ କରିବେ ଓ ନିଶ୍ଚୟ ଉତ୍ସାହିତ ହେବେ ବୋଲି ମତ ରଖିଥିଲେ l ସମ୍ମାନିତ ଅତିଥିଭାବେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀ ସତ୍ୟ ରଞ୍ଜନ ସାହୁ ଯୋଗ ଦେଇ ଉତ୍ସବ ର ସ୍ମରଣିକା ର ଉଚ୍ଚ କୋଟିର ଲେଖା ସବୁକୁ ଉଚ୍ଚ ପ୍ରଂଶସା କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋବୃତ୍ତି ସୃଷ୍ଟି କରି ଓ ପିଲାଙ୍କ ଭିତରେ ପ୍ରତିଭା ଅନ୍ୱେଷଣ କରି ଅଧିକ ଡାକ୍ତର ଓ ପ୍ରଶାସକ ତିଆରି କରିବାକୁ ଶିକ୍ଷକ ଙ୍କୁ ପରାମର୍ଶ କରିଥିଲେ l ଅନ୍ୟ ତମ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,,ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ପଲଶାଗୋରା ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲିକ,ନାଏବ ସରପଞ୍ଚ ପଦ୍ମନାଭ ସାହୁ,ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ମଲିକ,ସମ୍ପାଦକ ଉଦ୍ଧବ ମହାଲିକ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୟନ୍ତ କୁମାର ପ୍ରଧାନ,ବିଦ୍ୟାଳୟ ପୂର୍ବତନ ଛାତ୍ର ମନୋଜ କୁମାର ଅଗ୍ରୱାଲ ଯୋଗଦେଇ ନିଜ ବକ୍ତବ୍ୟ ମାଧ୍ୟମ ରେ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l| କମିଟି ସଭାପତି ଶ୍ରୀ ମଲିକଙ୍କ ଅଧ୍ୟକ୍ଷତାରେ ଏହି ସଭା ଅନୁଷ୍ଠିତ ହୋଇ ଥିବା ବେଳେ ସଭାରେ ଦିବଂଗତ ପ୍ରତିଷ୍ଠାତା ସଦସ୍ୟଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଅବସରରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା “ସୁବର୍ଣ୍ଣ ସ୍ୱର ” ପୁସ୍ତକ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ |ସଭାକୁ ସମୀର ମେହେର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଶିଶିର ଖଟୁଆ ଓ ନିରଞ୍ଜନ ବାରିକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଶେଷରେ ପ୍ରାଧାନ ଶିକ୍ଷକ ଜୟନ୍ତ କୁମାର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here

Must Read

Google search engine